Sunday, 11 October 2015

Famine ocurred in 1899-90 in western Odisha and ocurred in Odisha in 1866-67

          ଦିବ୍ୟସିଂହଦେବ ଙ୍କ ରାଜତ୍ଵର ନ ଅଙ୍କ ରେ (୧୮୬୬ରେ)  ଦୁର୍ଭିକ୍ଷ ଘଟିଥିବାରୁ ନଅଙ୍କ ଦୁର୍ଭିକ୍ଷ କହୁଛୁ ପଶ୍ଚିମାଞ୍ଚଳରେ ୧୮୮୯-୧୯୦୦ ରେ ଯେଉଁ ଦୁର୍ଭିକ୍ଷ ହେଲା, ବିକ୍ରମ ଅବ୍ଦର ଛପନ ସାଲରେ ଘଟିଥିବାରୁ ତାହାର ନାମକରଣ ହେଲା ଛପନ ସାଲ ଦୁର୍ଭିକ୍ଷ ନ ଅଙ୍କ ଦୁର୍ଭିକ୍ଷ ସମ୍ପର୍କରେ ପୁରୀ ଗେଜେଟିୟର( ସମ୍ପାଦକ: ନୀଳମଣି ସେନାପତି ୧୯୭୭), କଟକ ଗେଜେଟିୟର ( ଏନ ସି ବେଉରିଆ-୧୯୯୬), ଓ ଛପନ ସାଲ ଦୁର୍ଭିକ୍ଷ ସମ୍ପର୍କରେ ସମ୍ବଲପୁର ଗେଜେଟିୟର ( ନୀଳମଣି ସେନାପତି- ୧୯୭୧)  ବିଶଦ ଭାବେ ଉଲ୍ଲେଖ କରାଯାଇଛି                                                                                     ନ ଅଙ୍କ ଦୁର୍ଭିକ୍ଷ ସମ୍ପର୍କରେ ସମସ୍ତେ ଜାଣିଲେ, ଛାତ୍ରମାନଙ୍କ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେଲା ଛପନ ସାଲ ଦୁର୍ଭିକ୍ଷ ସମ୍ପର୍କରେ ଅଳ୍ପ ଲୋକ ଜାଣିଲେ ୧୮୯୯-୧୯୦୦ ସାଲରେ ଏହି ଅଞ୍ଚଳ ମଧ୍ୟପ୍ରଦେଶରେ ଥିଲା ସମ୍ଭବତଃ ସେଥିଯୋଗୁ  ଓଡିଶା ଇତିହାସରେ ଅନ୍ତର୍ଭୁକ୍ତ ହୋଇ ପାରିଲା ନାହିଁ ଏବେ ଇତିହାସରେ ଅନ୍ତର୍ଭୁକ୍ତ ହେଉ, ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେଉଲୋକେ ଜାଣନ୍ତୁ , ଛପନ ସାଲ ଦୁର୍ଭିକ୍ଷ ଘଟିଥିଲାପଶ୍ଚିମାଞ୍ଚଳରେ ଏହି ଦୁର୍ଭିକ୍ଷରେ ଦେଢ ଲକ୍ଷ ଲୋକଙ୍କ ପ୍ରାଣ ହାନି ଘଟିଥିଲା ସେତେବେଳେ ଚନ୍ଦ୍ରପୁର, ଫୁଲଝର ଆଦି ଅଞ୍ଚଳ ସମ୍ବଲପୁରର ଅନ୍ତର୍ଭୁକ୍ତ ଥିଲା ।
        ୧୮୬୬ ରେ ନଅଙ୍କ ଦୁର୍ଭିକ୍ଷରେ  ପୁରୀ , କଟକ ଜିଲ୍ଲା ଅଞ୍ଚଳରେ  ଆନୁମାନିକ ଦଶ ଲକ୍ଷ ଲୋକଙ୍କ ମୃତ୍ୟୁ ହେଲା । ଏହା ସେତେବେଳ ଜନସଂଖ୍ୟାର ପାଖା ପାଖି ୩ ଭାଗ ରୁ ଭାଗେ ୧୮୬୫ ରେ ପୁରୀ ଜିଲ୍ଲାରେ ମାତ୍ର ୩୬.୫ଇଞ୍ଚ ବୃଷ୍ଟିପାତ ହେଲା, ତାହା ମଧ୍ୟରୁ ସେପ୍ଟେମ୍ବରରେ ମାତ୍ର ୫.୨ ଇଞ୍ଚ ବୃଷ୍ଟିପାତ ହୋଇ ଥିଲା ।
       ନଅଙ୍କ ଦୁର୍ଭିକ୍ଷ ସମୟରେ , ତତ୍କାଳୀନ କଲେକ୍ଟର ଚାଉଳ ଆମଦାନୀ ସକାଶେ ଉପରିସ୍ଥ ଅଫିସରଙ୍କୁ ଅନୁରୋଧ କରି ଲେଖିଲେକିନ୍ତୁ ସରକାର ପୁରୀକୁ ଚାଉଳ ଆମଦାନୀ କରିବାକୁ ମନା କଲେ । ଅବଶ୍ୟ ସେତେବେଳେ ଚାଉଳ ଆମଦାନୀ କରିବା ଏତେ ସହଜ ନ ଥିଲା । ଆଜିକାଲି ଭଳି ଗମନା ଗମନର ସେତିକି ସୁବିଧା ନ ଥିଲା । ପୁରୀ ପାଖରେ,  ସମୁଦ୍ର ରେ ଚାଉଳ ବୋଝେଇ ଜାହାଜ ଆସି ପହଞ୍ଚିଥିଲା, କିନ୍ତୁ ସେହି ଜାହାଜ କୁ ପ୍ରଶାସନ ତରଫରୁ ଫେରାଇ ଦିଆଗଲା । ରିଲିଫ ଯୋଜନା ଗୁଡିକରେ ଲୋକଙ୍କୁ କାମପାଇଁ ଟଙ୍କା ଆକାରରେ ଦେବାକୁ ସରକାର ଆଦେଶ ଦେଲେ ଶ୍ରମିକମାନଙ୍କୁ ଦେବାପାଇଁ ଚାଉଳ ଅଭାବରୁ ରିଲିଫ ଯୋଜନା ବାଧାପ୍ରାପ୍ତ ହେଲା । ଲୋକେ ହାତରେ ଟଙ୍କା ଥାଇ ମଧ୍ୟ ଚାଉଳ କିଣି ପାରିଲେ ନାହିଁ  ୧୮୬୬ ଜୁନ ମାସ ପର୍ଯ୍ୟନ୍ତ ଏହି ଅସୁବିଧା ଜାରି ରହିଲା । ଜୁନ ମାସରେ ଟଙ୍କାକୁ ସାତ ସେର ଚାଉଳ ମିଳୁଥିଲା । ଜୁନ ୧୩ ରେ ପୁରୀ କୁ ବାହାରୁ ଚାଉଳ ପହଞ୍ଚିଲା । କଲେକ୍ଟର ଟଙ୍କାରେ ଆଠ ସେର ହିସାବରେ ବିକିବା ଆରମ୍ଭ କଲେ । ପରେ ବାଧ୍ୟ ହୋଇ ଚାଉଳର ମୂଲ୍ୟ ବୃଦ୍ଧି କଲେ । ନଭେମ୍ବର ମାସ ବେଳକୁ ଆହୁରି ଚାଉଳ ଆମଦାନୀ କରାଗଲା । ଚାଉଳ ଦର କମି ଟଙ୍କାରେ ୨୧ ସେର ହିସାବରେ ବଜାରରେ ମିଳିଲା । ଆସ୍ତେ ଆସ୍ତେ ରିଲିଫ କେନ୍ଦ୍ର ସବୁ ବନ୍ଦ ହେଲା ଓ ପରିସ୍ଥିତି ସାମାନ୍ୟ ହେଲା ।
          ପୁରୀ ଗେଜେଟିୟର ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ , ଓଡିଶା କମିଶନର ଟି.. ରେଭେନ୍ସା ସଠିକ ଭାବେ ପରିଚାଳନା କରି ନ ଥିଲେ ସଠିକ ଭାବେ ପରିଚାଳନା କରି ନ ଥିବାରୁ , ଦୁର୍ଭିକ୍ଷ ରେ ଏତେ ଲୋକ ମଲେ । ଲେଫ୍ଟନେଣ୍ଟ ସି ବିଡେନ ଓଡିଶା ପରିଦର୍ଶନ ରେ ଆସି ସୁଦ୍ଧା ଉଚିତ ପଦକ୍ଷେପ ନେଲେ ନାହିଁ । ବୋଧହୁଏ ଇଂରେଜମାନେ ଦୁର୍ଭିକ୍ଷର ରୂପ ଜାଣି ନ ଥିଲେ । ୧୮୬୫ର ମରୁଡି ଓ ୧୮୬୬ର ବନ୍ୟା ନଅଙ୍କ ଦୁର୍ଭିକ୍ଷକୁ ଆହୁରି ଭୟଙ୍କର କଲା ପ୍ରଶାସନ  ସଠିକ ସମୟରେ ଚାଉଳ ଆମଦାନୀ କରିଥିଲେ ଓ  ପୁରୀ କଲେକ୍ଟରଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ ସମ୍ଭବତଃ ଏତେ ସଂଖ୍ୟାରେ ଲୋକେ ମରି ନ ଥାନ୍ତେ  ପ୍ରଶାସନିକ  ସ୍ତରରେ କୁହାଗଲା, ଅକ୍ଟୋବର ୧୮୬୬ ସୁଦ୍ଧା ଦୁଇ ଲକ୍ଷ ଦଶ ହଜାର ୮୬୬ ଲୋକ ମୃତ୍ୟୁ ବରଣ କଲେ । ସୂଚନାଯୋଗ୍ୟ ଯେ , ୧୮୬୬ ମସିହା ବନ୍ୟାରେ ଚାରି ଲକ୍ଷ ଲୋକ ବନ୍ୟା ଘେରରେ  ରହିଥିଲେ
ପୃଷ୍ଠା ୨
       କଟକ ଗେଜେଟିୟର ଅନୁଯାୟୀ , ନଅଙ୍କ ଦୁର୍ଭିକ୍ଷ ସମୟରେ, ସରକାର  ୧୮୬୬ ନଭେମ୍ବରରେ ଦଶ ହଜାର ଟନ ଚାଉଳ କଟକ ପାଇଁ ଆମଦାନୀ କରିଥିଲେ । ବିଳମ୍ବରେ ଚାଉଳ ପହଞ୍ଚିବା ଯୋଗୁଁ , କଟକରେ ମଧ୍ୟ ହଜାର ହଜାର ଲୋକଙ୍କ ଅନାହାର ମୃତ୍ୟୁ ହେଲା  ସରକାରୀ ତଥ୍ୟ ଅନୁସାରେ , କଟକ ରେ ଏକ ଲକ୍ଷ ଲୋକ ଦୁର୍ଭିକ୍ଷ ଯୋଗୁଁ ମଲେ । ସେତେବେଳେ ସମ୍ବଲପୁର ଅଞ୍ଚଳରେ କେବଳ ଫସଲ ହାନି ହୋଇଥିଲା । ଦୁର୍ଭିକ୍ଷ ଘଟି ନ ଥିଲା । ଫସଲ ହାନି ଯୋଗୁଁ ଚାଉଳ ଦର ବଢି ଟଙ୍କାରେ ୧୬ ସେର ହୋଇଥିଲା । ସୂଚନାଯୋଗ୍ୟ ଯେ, ନଅଙ୍କ ଦୁର୍ଭିକ୍ଷ ସମୟରେ , ଜୁନ ୧୮୮୬ ରେ ପୁରୀ ଜିଲ୍ଲାରେ ଚାଉଳ ଦର ଟଙ୍କାରେ ୭ ସେର ଥିଲା ।
           ଛପନ ସାଲ ଦୁର୍ଭିକ୍ଷର ସୂତ୍ରପାତ ହେଲା ୧୮୯୯ ସେପ୍ଟେମ୍ବରରେ । ୧୮୯୯ ଜୁନ ୩ ତାରିଖ ରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରରେ ୩୯ ଇଞ୍ଚ  ଓ ବରଗଡ ରେ ୩୧ ଇଞ୍ଚ ବର୍ଷା ହେଲା ପରେ ବର୍ଷା ବନ୍ଦ ହୋଇଗଲା । ତାପରେ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ରେ ସମ୍ବଲପୁରରେ କେବଳ ଦେଢ ଇଞ୍ଚ ଓ ବରଗଡ ରେ ଦୁଇ ଇଞ୍ଚ ବର୍ଷା ହେଲା । ଅଳ୍ପ ବୃଷ୍ଟିପାତ ଯୋଗୁଁ ପଦ୍ମପୁର , ବୋଢାସମ୍ବର ଅଞ୍ଚଳ , ଓ ଚନ୍ଦ୍ରପୁର , ଫୁଲଝର ଅଞ୍ଚଳରେ  ( ଏବେ ଛତିଶଗଡ ରେ) ପୁରା ମାତ୍ରାରେ ଫସଲ ନଷ୍ଟ ହେଲା ଜିଲ୍ଲାର କେତେକ ଅଞ୍ଚଳରେ ଯେଉଁଠି ଜଳସେଚନ ବ୍ୟବସ୍ଥା ଥିଲା, ଚାଷୀମାନେ ଅଧା ଫସଲ ପାଇଲେ ପନ୍ଦର ବର୍ଷ ପୂର୍ବେ, ଚାଉଳ ଟଙ୍କାରେ ଦୁଇ ମହଣ ହିସାବରେ ବିକ୍ରି ହେଉଥିଲା । ୧୯୦୦ ମସିହାରେ ତାହା ଟଙ୍କାକୁ ଛଅ ସେର ମିଳିଲା । ବର୍ଷା ପୂର୍ବରୁ ଯେତିକି ଚାଉଳ ରପ୍ତାନି ହୋଇଥିଲା, ସରକାର ସେତିକି ଚାଉଳ ଆମଦାନୀ କଲେ । ଏହି ସମୟରେ ଜିଲ୍ଲା ବାହାରୁ ରାୟପୁର, ବିଲାସପୁର  ଓ ଆଖପାଖ ଗଡଜାତମାନଙ୍କରୁ ବହୁ ସଂଖ୍ୟାରେ  ଲୋକେ ସାହାଯ୍ୟ ସକାଶେ ଆସିଥିଲେ । ମହନ୍ତ ବିହାରୀ ଦାସ ଓ ଆଉ କେତେଜଣ ଗୌନ୍ତିଆ ଏହି ସମୟରେ ବିଭିନ୍ନ ସ୍ଥାନରେ ଅନ୍ନ ଛତ୍ର ଖୋଳାଇଥିଲେ ।                                                                 ସମ୍ବଲପୁର ମଧ୍ୟପ୍ରଦେଶର ଉପାନ୍ତ ଜିଲ୍ଲା ଥିଲା । ସରକାରୀ ସ୍ତରରେ ଏହି ଅଞ୍ଚଳକୁ Garden Of Eden  Land of Promise କୁହାଯାଉଥିଲା । ପ୍ରକୃତି ସବୁ କିଛି କରିପାରେ ୧୮୯୭ ରେ ଅଞ୍ଚଳର ଅଧିକାଂଶ ସ୍ଥାନରେ ହାରାହାରି ସତୁରୀ ଭାଗ ଫସଲ ଉତ୍ପାଦନ ହୋଇଥିଲା , ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ୧୮୯୭ରେ ଜିଲ୍ଲାର ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁର , ମାଲଖାରୋଡା ଜମିଦାରୀରେ ( ଏବେ ଛତିଶଗଡରେ ଅଛି) ଫସଲ ହାନି ଯୋଗୁଁ ୬୩ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଥିଲେ । ତାପରେ ବୃଷ୍ଟିପାତ କମିଯାଇ ୧୮୯୯ରେ ଆରମ୍ଭ ହେଲା ଦୁର୍ଭିକ୍ଷ ।
            ଛପନ ସାଲ ଦୁର୍ଭିକ୍ଷ ଯୋଗୁଁ , ସମ୍ବଲପୁରରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରଙ୍କ ତରଫରୁ ନଭେମ୍ବର ୧୮୯୯ ରୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ ହୋଇଥିଲା । ନଭେମ୍ବର ୧୮୯୯ ରୁ ଅକ୍ଟୋବର ୧୯୦୦ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶହେରୁ ଉର୍ଦ୍ଧ୍ଵ ଅନ୍ନଛତ୍ର ଖୋଲାଯାଇଥିଲା । ହାରାହାରି ୩ ଲକ୍ଷ ୮୦ ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିଲା । ୧୯୦୦ ଅଗଷ୍ଟ ୧୮ ତାରିଖରେ ସର୍ବାଧିକ ୮୪ ହଜାର ଲୋକଙ୍କୁ ଗୋଟିଏ ଦିନରେ ବିଭିନ୍ନ ଅନ୍ନଛତ୍ରରେ ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଅନ୍ନଛତ୍ରରେ ସରକାରଙ୍କ ଚାରି ଲକ୍ଷ ନଅ ଶହ ଟଙ୍କା ଖର୍ଚ୍ଚ ହୋଇଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୁର୍ଭିକ୍ଷ ଯୋଗୁଁ ରିଲିଫ କାମ ବାବଦରେ ପଚିଶ ଲକ୍ଷ ଏକ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା ।                                                             ଦୁର୍ଭିକ୍ଷ ସମୟରେ ବଲାଙ୍ଗୀର ଓ ସୋନପୁର ଅଞ୍ଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଦେବଗଡ , ବଉଦ ,ସୁନ୍ଦରଗଡ , ବଣାଇ ଅଞ୍ଚଳରେ ଦୁର୍ଭିକ୍ଷ ହୋଇ ନ ଥିଲା , କିନ୍ତୁ ଫସଲ ହାନି ଯୋଗୁଁ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । କଳାହାଣ୍ଡି ଅଞ୍ଚଳ କିଛି ମାତ୍ରାରେ ଦୁର୍ଭିକ୍ଷ ରେ ପ୍ରଭାବିତ ହୋଇଥିଲା । ବଲାଙ୍ଗିର , ଓ ସୋନପୁରକୁ ଛାଡିଦେଲେ ଅନ୍ୟ ଗଡଜାତ ଅଞ୍ଚଳ ରେ କେତେଜଣଙ୍କ ମୃତ୍ୟୁ ହେଲା, ତାହାର ସଠିକ ରେକର୍ଡ ମିଳୁ ନାହିଁ ବୋଲି ଓଡିଶା ଗେଜେଟିୟରରୁ ଜଣାଯାଏ ।
           ବଲାଙ୍ଗୀରରେ ୧୮୯୯ ରେ ୪୫ ଇଞ୍ଚ ବୃଷ୍ଟିପାତ ହୋଇଥିଲା । ଅଗଷ୍ଟ ୧୮୯୯ ରେ ଚାଉଳ ଦର ଟଙ୍କାକୁ ୨୪ ସେର ଥିଲା ୧୯୦୦ ଜୁଲାଇ ରେ ଟଙ୍କାକୁ ୫ ସେର ହେଲା । ପ୍ରଶାସନ ତରଫରୁ ଓ ବ୍ୟକ୍ତିଗତ ସ୍ତରରେ ବଲାଙ୍ଗୀରରେ ୧୭ ଟି ଅନ୍ନଛତ୍ର ଖୋଲା
ପୃଷ୍ଠା ୩
ଯାଇଥିଲା । ୬୯୮୦ ଲୋକ ଅନ୍ନଛତ୍ର ରେ ଖାଦ୍ୟ ଗ୍ରହଣ କରିଥିଲେ । ବସନ୍ତ , ହଇଜା  ଓ ଅନାହାର ଯୋଗୁଁ ୧୮୯୯ ମସିହାରେ ଆଠ   ହଜାର ୨୨ ଜଣ ଓ ୧୯୦୦ ମସିହାରେ ୪୨ ହଜାର ୧୫୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ନଛତ୍ର ରେ ୨୧ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲାଦୁର୍ଭିକ୍ଷ ଯୋଗୁଁ ସେହି ଅଞ୍ଚଳରେ ବସନ୍ତ,  ହଇଜା ବ୍ୟାପି ଥିଲା ।
          ସୋନପୁର ରେ ୧୮୯୯ ମସିହାରେ ୩୬ ଇଞ୍ଚ ବୃଷ୍ଟିପାତ ହୋଇଥିଲା ।  ଚାଉଳ ଦର ଟଙ୍କାକୁ ୨୦ ସେର ଥିଲା । ୧୯୦୦ ମସିହା  ବେଳକୁ ଟଙ୍କାକୁ ସାଢେ ଆଠ ସେର ହୋଇଗଲା । ସୋନପୁରରେ ୧୪ ହଜାର ୬୭୪ ଜଣ ଅନ୍ନଛତ୍ର କୁ ଆସି ଖାଦ୍ୟ ଗ୍ରହଣ କରିଥିଲେ । ୧୩ ହଜାର ୫୪୯ ଟଙ୍କା ଖର୍ଚ୍ଚ ହୋଇଥିଲା ଦୁର୍ଭିକ୍ଷରେ ମୃତ୍ୟୁ ଯୋଗୁଁ ସୋନପୁରରେ ୧୩ ଭାଗ ଜନସଂଖ୍ୟା କମିଗଲା । ବଉଦ ଅଞ୍ଚଳ ଦୁର୍ଭିକ୍ଷରେ  ଅଳ୍ପ ମାତ୍ରାରେ ପ୍ରଭାବିତ ହୋଇଥିଲା । ବଉଦ ଅଞ୍ଚଳରେ ମୃତ୍ୟୁ ଯୋଗୁଁ ଏକ ଭାଗ  ଜନସଂଖ୍ୟା କମିଗଲା ।  ଦୁର୍ଭିକ୍ଷ ପାଇଁ ଖରିଆର ଜମିଦାର ରିଲିଫ କାମରେ ୮ ହଜାର ଟଙ୍କା ନିଜେ ଖର୍ଚ୍ଚ କରିଥିଲେ । କଳାହାଣ୍ଡି ଜିଲ୍ଲାରେ ଅତି ମାତ୍ରାରେ ଫସଲ ହାନି ଘଟି ଥିଲା , ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । କଳାହାଣ୍ଡିର କେତେକ ଅଞ୍ଚଳରେ ଅନ୍ନଛତ୍ର ଖୋଲା ଯାଇଥିଲା ।
          ଛପନ ସାଲ ଦୁର୍ଭିକ୍ଷର ରୂପ ଲୋକ ଗୀତରେ ନିମ୍ନ ମତେ ପ୍ରତିଫଳିତ ହୋଇଛି
ଡାଲଖାଇରେ  ଡାଲଖାଇରେ 
ଛପନ ସାଲର କଥା-ଚାରିଆଡେ ହାହାକାର ପୁଡିଗଲା ଲଟା
କଳାହାଣ୍ଡିଆ ମେଘ କଲା କେତେ ଟେକ
କାହିଁନି କାହିଁ ପଲେଇଗଲା କେନନି କେନ ଦେଶ
କଥା ରହିଗଲା ଇନ୍ଦର କୁପ କଲା  
କୁଣ୍ଡା ଭୂରା ପାଏନ ନାଇଁ ବରଷିଲା   xxx  xxx
            ଛପନ ସାଲ ଦୁର୍ଭିକ୍ଷ ଯୋଗୁଁ ସମ୍ବଲପୁର ଅଞ୍ଚଳରେ ୭୪ ହଜାରରୁ ଅଧିକ ଲୋକ ମଲେ । ପଶ୍ଚିମ ଓଡିଶାରେ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ମଲେ । ଏହି ପ୍ରସଙ୍ଗ Feudal States Of Orissa ରେ ମଧ୍ୟ ସ୍ଥାନିତ ହୋଇଛି । ଛପନ ସାଲ ଦୁର୍ଭିକ୍ଷ ପ୍ରସଙ୍ଗ ଓଡିଶା ଇତିହାସରେ ସ୍ଥାନିତ ହେଉ ସ୍କୁଲ , କଲେଜରେ ଏହି ପ୍ରସଙ୍ଗକୁ ପାଠ୍ୟକ୍ରମରେ ସ୍ଥାନ ମିଳୁ । ଲୋକେ ଏହି ସମ୍ପର୍କରେ ଜାଣନ୍ତୁ ।


Saturday, 13 September 2014

Sunday, 29 June 2014

After Sixty Years of Completion of Hirakud Dam the Oustees are yet be paid compensation

କ୍ଷତିପୂରଣ ବଦଳରେ ଅନୁକମ୍ପା ?                                                              
ପୂର୍ବତନ ବିଧାୟକ ପ୍ରସନ୍ନ ପଣ୍ଡା ଙ୍କ ୨୨୭୬ ନମ୍ବର ପ୍ରଶ୍ନର ଉତ୍ତରରେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ୨୬ ମାର୍ଚ୍ଚରେ   ୧୯୮୭ରେ କହିଥିଲେ ଯେ, ୯୯୧୩ ରୟତ ଙ୍କ ଜମି ଦଖଲ କରିଥିଲେ ମଧ୍ୟ ସେମାନଙ୍କ କ୍ଷତିପୂରଣ ଦିଆଯାଇନାହିଁ xxx ଏହି ଟଙ୍କା ରାଜସ୍ୱ ଆକାରରେ ଜମା ଗଚ୍ଛିତ ଅଛିxxx କ୍ଷତିପୂରଣ ଦିଆଯିବ ଏହା ବିଧାନସଭା ବିବରଣୀରେ ସ୍ଥାନିତ
କ୍ଷତିପୂରଣ ଓ ଥଇଥାନ ସକାଶେ ହୀରାକୁଦ ବିସ୍ଥାପିତଙ୍କ ସକାଶେ ୧୯୮୯ରେ ଏକ ପ୍ରତିଶ୍ରୁତି କମିଟି ଗଠନ କରାଗଲା ପୂର୍ବତନ ବିଧାୟକ ରାମଚନ୍ଦ୍ର ଉଲାକା ଏହାର ଚେୟାରମେନ ଥିଲେସେହି କମିଟି ତାଙ୍କର ରିପୋର୍ଟ ୧୫ ଡିସେମ୍ବର ୧୯୮୯ ରେ ବିଧାନସଭାରେ ଉପସ୍ଥାପନା କଲେ। କମିଟିର ସୁପାରିଶ ଅନୁସାରେ, ମାର୍ଚ୍ଚ ୧୯୯୦ ସୁଦ୍ଧା କାର୍ଯ୍ୟକାରୀ କରିବା କଥା। ପ୍ରତିଶ୍ରୁତି କମିଟି ରିପୋର୍ଟରେ ୯୯୧୩ କ୍ଷ୍ୟତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳି ନ ଥିବାର ଉଲ୍ଲେଖ ଅଛି। ଆଜିସୁଦ୍ଧା କମିଟିର ସୁପାରିଶ କାର୍ଯ୍ୟକାରୀ କରାଗଲା ନାହିଁ।
୧୯୯୩ ରେ କ୍ଷତିପୂରଣ ଦେବା ସକାଶେ ଏକ ଉଚ୍ଚ ଶକ୍ତିସମ୍ପନ୍ନ କମିଟି ଗଠନ କରାଗଲା। ଉକ୍ତ କମିଟି କ୍ଷ୍ୟତିଗ୍ରସ୍ତ ଲୋକଙ୍କ ସଂଖ୍ୟା ୯୯୧୩ ରୁ ୮୭୪୪ କୁ ଖସେଇଦେଲେ। କାହିଁକି ଏହି ସଂଖ୍ୟା କମିଲା ଜଣାପଡୁନାହିଁ। କାରଣ ଆମେ ଜାଣିବାରେ  ୧୯୮୯ରୁ ୧୯୯୩ ମଧ୍ୟରେ  କାହାରିକୁ କ୍ଷତିପୂରଣ ଦିଆଯାଇନାହିଁ। ଯେହେତୁ ଜିଲ୍ଲା କଲେକ୍ଟର ଜମିଅଧିଗ୍ରହଣ ଓ କ୍ଷତିପୂରଣ ପାଇଁ ଥରେ ଆଦେଶ ଦେଇ ସାରିଛନ୍ତି, ଆଉ ଥରେ ଆଦେଶ ଦେଇପାରିବେ ନାହିଁ। ସେଥିପାଇଁ କ୍ଷତିପୂରଣ ବଦଳରେ ଅନୁକମ୍ପା ଦେଇପାରିବେ। ଆମେ ଯେତିକି ଜାଣିଛୁ, ଦୁସ୍ଥ ଲୋକଙ୍କୁ ଅନୁକମ୍ପା ଦିଆଯାଏ। ୟାର ଅର୍ଥ ହେଲା ଯେଉଁମାନେ ଦେଶର ହିତ ସକାଶେ ସର୍ବସ୍ଵ ତ୍ୟାଗ କଲେ ସେମାନେ ସରକାରଙ୍କ ଦୃଷ୍ଟିରେ ଦୁସ୍ଥ।
୧୯୯୩ ରେ ସେହି କମିଟି ଧାର୍ଯ୍ୟ କଲା କ୍ଷତିଗ୍ରସ୍ତଙ୍କୁ ଏକର ପିଛା ୧୦ହଜାର ଟଙ୍କା ହିସାବରେ ଅନୁକମ୍ପା ଦିଆଯିବ୧୯୯୩ ରେ ଯେଉଁ ଦର ଧାର୍ଯ୍ୟ ହୋଇଥିଲା, ଆଜି ପର୍ଯ୍ୟନ୍ତ ୨୦୧୪ରେ ସେହି ଦରରେ ଅନୁକମ୍ପା ଧାର୍ଯ୍ୟ ହୋଇଛି। କମିଟି ସ୍ଥିର କଲେ ,ଯେଉଁ ମାନଙ୍କୁ ୧୦୦ ଟଙ୍କାରୁ କିମ୍ବା ତାହାଠାରୁ କମ ମିଳିବା କଥା ,ସେମାନଙ୍କୁ ବାଦ ଦିଆଯାଉ। ଜଣେ ବିସ୍ଥାପିତ ଗୋଟିଏ ଗଛକୁ ପାଞ୍ଚ ଟଙ୍କା ଦରରେ ନେବାକୁ କାହିଁକି ଆସିବ? ଉଚ୍ଚସ୍ତରୀୟ କମିଟି ସ୍ଥିର କଲେ କୁପ, ଗଛ, ଗୌନ୍ତି ଭାଗଦିଆଯିବ ନାହିଁ। ସେଥିଯୋଗୁଁ ଦୁସ୍ଥ ଲୋକଙ୍କ ସଂଖ୍ୟା ଆଉ ଥରେ ଖସିଲା ୮୭୪୪ ରୁ ୩୫୪୦କୁ। ସରକାର ଏବେ ଦୁସ୍ଥ ଲୋକଙ୍କୁ ଅନୁକମ୍ପା ମଧ୍ୟ ନ ଦେବା ପାଇଁ କୁଆଡେ ସ୍ଥିର କରିଛନ୍ତି। ଯେଉଁ ଦୁସ୍ଥ ଲୋକମାନେ  ସମ୍ବାଦପତ୍ରରେ ବିଜ୍ଞାପନ ଦେଖି ପାରିଲେ ନାହିଁ, କିମ୍ବା ଅନୁକମ୍ପା ନେବାକୁ ଆସିଲେ ନାହିଁ, ସେମାନଙ୍କୁ ଆଉ ଅନୁକମ୍ପା ଦିଅଯାଇପାରିବ ନାହିଁ। ଟଙ୍କା ଫେରାଇଦିଆଗଲା ସରକାର ଙ୍କ ଏ କି ପ୍ରକାର ନିଷ୍ପତ୍ତି? ସେମାନେ ସମ୍ବାଦପତ୍ରରେ ବିଜ୍ଞାପନ ଦେଖିବେ କେମିତି? ବିସ୍ଥାପିତ ଙ୍କ ବଂଶଧର କିଏ ରହୁଛି ଛତିଶଗଡରେ,ଆଉ କିଏ ଝାଡଖଣ୍ଡରେ।
ପ୍ରସନ୍ନ ପଣ୍ଡା ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ଙ୍କ ସହିତ ୧୭ ଡିସେମ୍ବର ୧୯୯୬ରେ କ୍ଷତିପୂରଣ ସମ୍ପର୍କରେ ଆଲୋଚନା କରିଥିଲେ। ସେଇ ସଭା ରେ ସ୍ଥିର ହୋଇଥିଲା, କଲେକ୍ଟର ସ୍ତରରେ ବିସ୍ଥାପିତଙ୍କୁ କ୍ଷତିପୂରଣ ଦେବା ସକାଶେ ସ୍ପେସିଏଲ ସେଲ ଗଠନ କରାଯିବ କାହିଁକି ଆଜି ପର୍ଯ୍ୟନ୍ତ ସେଲ ଗଠନ କରାଯାଇନାହିଁ। ସରକାର ଭୁଲି ଯାଉଛନ୍ତି, ହୀରାକୁଦ ବିସ୍ଥାପିତଙ୍କୁ କ୍ଷତିପୁରଣ ନ ଦେବାପର୍ଯ୍ୟନ୍ତ ଆଉ କୌଣସି ଡେମ ନିର୍ମାଣ କରିବା ଅସମ୍ଭବ।
୧୯୫୫-୫୬ ରେ ବିସ୍ଥାପିତମାନଙ୍କୁ ଖୋଜି ଖୋଜି ବିନା କ୍ଷତିପୂରଣରେ ତାଙ୍କ ଭିଟାମାଟିରୁ ବେଦଖଲ କରଯାଇଥିଲା। ପୋଲିସ ସାହାଯ୍ୟରେ ତଡିଦିଆଗଲା। ଯେଉଁମାନେ ଦେଶ ପାଇଁ ତ୍ୟାଗ କରିଛନ୍ତି, ସେମାନଙ୍କୁ ଅନୁକମ୍ପା ନ ଦେଇ କ୍ଷତିପୂରଣ ଦିଆଯାଉ। ସମ୍ବାଦପତ୍ର ବିଜ୍ଞାପନ ମାଧ୍ୟମରେ ନୁହେଁ,  ଖୋଜି ଖୋଜି କ୍ଷତିପୂରଣ ଦିଆଯାଉ।